ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ଅପେକ୍ଷା ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପୁରୀ ପର୍ଯ୍ୟଟନ

  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପୁରୀ
  • ହୋଟେଲରେ ରହିପାରିବେ ପର୍ଯ୍ୟଟକ
  • ପିପିଲି ଟୋଲ ଗେଟ୍ କଟକଣା ମୁକ୍ତ
  • ପର୍ଯ୍ୟଟକ ମାନିବେ କୋଭିଡ ନିୟମ

ଏଣିକି ପର୍ଯ୍ୟଟକମାନେ ବୁଲିପାରିବେ ପୁରୀ। ପୁରୀକୁ ପର୍ଯ୍ୟଟକମାନଙ୍କ ପାଇଁ ମୁକ୍ତ କରିଛି ଜିଲ୍ଲା ପ୍ରଶାସନ। ପୁରୀ ବୁଲିବା ସହ ହୋଟେଲରେ ରହିବାକୁ ମଧ୍ୟ ବୁକିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏ ନେଇ ଜିଲ୍ଲାପାଳ ବଲଓ୍ଵନ୍ତ ସିଂ ସୂଚନା ଦେଇଛନ୍ତି।ପର୍ଯ୍ୟଟକମାନଙ୍କ ପାଇଁ ରହିଥିବା ସମସ୍ତ କଟକଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟାହାର କରିଦିଆଯାଇଛି। ଏଣିକି ହୋଟେଲରେ ରହିପାରିବେ ପର୍ଯ୍ୟଟକ। ଏଥିପାଇଁ ବୁକିଂ ବ୍ୟବସ୍ଥାକୁ ଆଉଥରେ ଆରମ୍ଭ କରିବାକୁ ସମସ୍ତ ହୋଟେଲମାନଙ୍କୁ ଅନୁମତି ଦେଇଛି ପ୍ରଶାସନ।

ଜିଲ୍ଲାକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ପାଇଁ ପିପିଲି ଟୋଲ ଗେଟକୁ ମଧ୍ୟ ପ୍ରଶାସନ ପକ୍ଷରୁ ଖୋଲିଦିଆଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଦୁର୍ବଳ ଅର୍ଥନୀତିକୁ ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଜିଲ୍ଲାପାଳ ବଲଓ୍ଵନ୍ତ ସିଂ।BGU“କରୋନା ପାଇଁ ପୁରୀ ପର୍ଯ୍ୟଟନ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି। କେନ୍ଦ୍ର ତଥା ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହୀକୁ ଆମେ ତ୍ଵରାନିତ କରିବୁ। ହୋଟେଲ ପ୍ରାୟ ସବୁ ଖୋଲି ସାରିଲାଣି। ହୋଟେଲଗୁଡ଼ିକୁ ବୁକିଂ ପାଇଁ ବି ଅନୁମତି ଦିଆଯାଇଛି। ଯେଉଁ ପର୍ଯ୍ୟଟକମାନେ ପୁରୀକୁ ଆସିବାକୁ ଚାହୁଁଛନ୍ତି, ସେମାନେ ଆସିପାରିବେ। ହୋଟେଲରେ ରହିବା ସହ କୋଣାର୍କ ମଧ୍ୟ ବୁଲିପାରିବେ। ତେବେ ପର୍ଯ୍ୟଟକମାନଙ୍କୁ କରୋନା ଗାଇଡଲାଇନକୁ ମାନିବାକୁ ପଡ଼ିବ”, କହିଛନ୍ତି ଜିଲ୍ଲାପାଳ ବଲଓ୍ଵନ୍ତ ସିଂ।

Comment