ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଚୁଲବୁଲି ନାୟିକାଙ୍କୁ ଦେଖିବାକୁ ମିଳେ। ହେଲେ ଗତ କିଛି ବର୍ଷ ଧରି ଓଲିଉଡରେ ରାଜ କରିବାରେ ଲାଗିଛନ୍ତି ଭୂମିକା। ନିଜର ସୁନ୍ଦର ଅଭିନୟ ସାଙ୍ଗକୁ ତାଙ୍କର ଦମଦାର ଡ୍ୟାନ୍ସ ତାଙ୍କୁ ଦର୍ଶକଙ୍କ ନିକଟତର କରିପାରିଛି। ହେଲେ ବର୍ତ୍ତମାନ ଭୂମିକାଙ୍କ ଶାଢ଼ି ଅବତାରକୁ ନେଇ ସେ ଏବେ ଚାରିଆଡ଼େ ଚର୍ଚ୍ଚା।କିଛିଦିନ ହେଲା ସୋସିଆଲ୍ ମିଡିଆରେ ଭୂମିକାଙ୍କୁ ବିଭିନ୍ନ ପ୍ରକାରର ଶାଢ଼ି ଗେଟଅପରେ ଦେଖିବାକୁ ମିଳିଛି। ସମ୍ବଲପୁରୀ ଶାଢ଼ି ସାଙ୍ଗକୁ ବିଭିନ୍ନ ରଙ୍ଗବେରଙ୍ଗର ଶାଢ଼ିରେ ସଜେଇ ହୋଇ ଏହାକୁ ନିଜର ସୋସିଆଲ୍ ମିଡିଆରେ ସେଆର୍ କରିଛନ୍ତି। ଯାହାକୁ ସିନେପ୍ରେମୀମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ନିଜ ପ୍ରିୟ ଅଭିନେତ୍ରୀଙ୍କ ଏହି ଫଟୋକୁ ଲୋକମାନେ ଢ଼େର୍ ସାରା ଲାଇକ୍ ଓ ସେଆର କରିଛନ୍ତି।ପ୍ରଥମେ ଜଣେ ଶିଶୁ କଳାକାର ଭାବେ ଓଲିଉଡରେ ନଜର ଆସିବା ପରେ ଭୂମିକାଙ୍କୁ ପ୍ରଥମ କରି ‘ତୁ ମୋ ଲଭ୍ ଷ୍ଟୋରୀ’ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ଦେଖିବାକୁ ମିଳିଥିଲା। ଏହାପରେ ପରେ ସେ ବାବୁସାନଙ୍କ ସହ ମିଶି ହିରୋ ନମ୍ବର ୱାନ୍, ଶ୍ରୀମାନ ସୁରଦାସ ଭଳି ହିଟ୍ ଫିଲ୍ମ ଦର୍ଶକମାନଙ୍କୁ ଭେଟି ଦେଇଥିଲେ। ଏହାପରେ ତାଙ୍କର ତୁ ମୋ ଲଭ୍ ଷ୍ଟୋରୀ -୨ରେ  ରିଲିଜ୍ ହୋଇଥିଲା। ଯାହାକୁ ଓଲିଉଡ୍ ସିନେପ୍ରେମୀମାନେ ବେଶ୍ ପସନ୍ଦ କରିଥିଲେ।

Comment