ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୪୦୯ ପଜିଟିଭ୍
  • ୧୨ ଜଣ ଗଣମାଧ୍ୟମ କର୍ମଚାରୀ ପଜିଟିଭ୍ ଚି୍ହ୍ନଟ
  • ସହରର ମୋଟ ପଜିଟିଭ୍ ସଂଖ୍ୟା ୧୨ ହଜାର ୮୧୨କୁ ବୃଦ୍ଧି

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୪୦୯ ନୂଆ କରୋନା ପଜିଟିଭ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୮ ଶହ ଟପିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ପଜିଟିଭମାନଙ୍କ ମଧ୍ୟରୁ ୨୪୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୬୭ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି। ସେହିପରି ଆଜି ଭୁବନେଶ୍ୱରରୁ ମୋଟ ୩୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ସୂଚନା ଦେଇଛି।

ଭୁବନେଶ୍ୱରର ଭିଏସ୍ଏସ୍ ନଗର ଅଞ୍ଚଳରୁ ୧୦ଟି କେସ୍ ଚିହ୍ନଟ ହୋଇଥିବାବେଳେ,ସପ୍ତମ ବାଟାଲିୟନରୁ ୫ଟି ପଜିଟିଭ୍ କେସ୍, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୧ଟି କେସ୍ ଓ ୧୨ ଜଣ ଗଣମାଧ୍ୟମ କର୍ମୀ ପଜିଟିଭ୍ ଚି୍ହ୍ନଟ ହୋଇଛନ୍ତି।BGUଏହାକୁ ମିଶାଇ ରାଜଧାନୀରେ ମୋଟ ପଜିଟିଭ୍ ସଂଖ୍ୟା ୧୨ ହଜାର ୮୧୨କୁ ବୃଦ୍ଧି ପାଇଥିବାବେଳେ ସେଥିମଧ୍ୟରୁ ୪୮୮୬ ସକ୍ରିୟ ଓ ୭୮୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment