ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମରୁ ସୁରତ ଯାଉଥିବା ବସ୍‌ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସହ ମାଗଣା ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ତୁରନ୍ତ ରାୟପୁର ଯିବାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନିର୍ଦ୍ଦେଶ ଦେଇଥିଲା ବେଳେ ଛତିଶଗଡ଼ ଡିଜିଙ୍କ ସହ କଥା ହେବାକୁ ଡିଜିପି ଅଭୟଙ୍କୁ ନର୍ଦ୍ଦେଶ ଦେଇଛନ୍ତି।BGU

ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ବସ୍‌ଟି ସୁରତ ଆସୁଥିଲା। ଶନିବାର ଭୋରରୁ ରାୟପୁର ନିକଟରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ପରେ ଏହ ଦୁର୍ଘଟଣା ଘଟିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୦ ଜଣରୁ ଅଧିକ ଆହତ ହୋଇଛନ୍ତି।

Comment