ଓଡ଼ିଶାଲାଇଭ୍ ବ୍ୟୁରୋ

 

ଖୋର୍ଦ୍ଧା ଜିଲ୍ଲାରେ ଅସମ୍ଭାଳ ହେଲାଣି କରୋନା ସଂକ୍ରମଣ। ବିଶେଷକରି ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ଵରରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ଵର ସର୍କିଟ୍ ହାଉସ୍‌ରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ଵରର ତିନି ବିଡିଓଙ୍କ ଉପସ୍ଥିତିରେ କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ କରୋନାକୁ କେମିତି ନିୟନ୍ତ୍ରଣକୁ ଅଣାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ବିଶେଷ କରି ଉପରୋକ୍ତ ତିନିଟି ଅଞ୍ଚଳରେ ବ୍ଲକ୍ ଟ୍ରେସିଂ ଏବଂ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ଵ ଦେବାକୁ ନିଷ୍ପତ୍ତି ନିଆଯାଇଛି।BGUସେହିପରି ବସ୍ତିଗୁଡ଼ିକ ଉପରେ ସ୍ଵତନ୍ତ୍ର ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ବାଲିଅନ୍ତା ଓ ବାଲିପାଟଣା ବ୍ଲକରୁ ଆସୁଥିବା ପରିବା ବ୍ୟବସାୟୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୨୧,୪୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୩,୬୬୯ ଜଣ ସୁସ୍ଥ ହୋଇଥିବା ବେଳେ ୭,୬୬୧ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିସହ ୭୫ ଜଣ ପ୍ରାଣ ହରାଇଛନ୍ତି।

Comment