ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶାଳୟରେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ପଠାଣି ରାଉତ, ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ସେ ଏହି ଦାୟିତ୍ୱ ଅତିରିକ୍ତ ଭାବେ ନିର୍ବାହ  କରିବେ। ଲୋକ ପ୍ରଶାସନରେ ସ୍ନାତକୋତ୍ତର, ଲୋକସମ୍ପର୍କ  ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିପ୍ଲୋମା ହାସଲ କରିଥିବା ରାଉତ, ଏହି ବିଭାଗରେ ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ୱ ଧରି ରାଜ୍ୟର  ବିଭିନ୍ନ  ଉପଖଣ୍ଡରେ  ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କଟକରେ ସହକାରୀ ସୂଚନା ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି।BGU

ଏବେ ରାଜ୍ୟ  ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱରରେ  ଲୋକ ସଂପର୍କ ଅଧିକାରୀ ( ସଦର ମହକୁମା) ପଦବୀରେ ଥାଇ  ବହୁମୁଖୀ କାର୍ଯ୍ୟ ସଂପାଦନ କରୁଛନ୍ତି। ରାଉତଙ୍କର ନିଜସ୍ୱ ଗ୍ରାମ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ନିକଟସ୍ଥ ଇନ୍ଦ୍ରପାଳ ଗ୍ରାମରେ। ସରକାରୀ ସମ୍ବାଦ ପ୍ରକାଶନ, ସୃଜନାତ୍ମକ ଲେଖାରେ ରୁଚି ରଖୁଥିବା ରାଉତ, ତାଙ୍କର ଦୀର୍ଘ ଦିନର ଅଭିଜ୍ଞତାକୁ ପାଥେୟ କରି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ସୂଚାରୁରୂପେ ସଂପାଦନ କରିବେ ବୋଲି ଆଶା ପ୍ରକାଶ କରିବା ସହିତ ଏ ଦିଗରେ ସେ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଥିବା ମାନସ ରଞ୍ଜନ ଖୁଣ୍ଟିଆଙ୍କର ଉପନିର୍ଦ୍ଦେଶକ ପଦବୀକୁ ପଦନ୍ନୋତି  ହୋଇଛି।

Comment