ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁଣିଥରେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇବାକୁ ଏହି ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର। ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ପାଇଁ ପୁଣି ଶ୍ରମିକ ସ୍ପେଶାଲ ଟ୍ରେନ ଚାଲୁ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଓଡ଼ିଶାରୁ ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରକୁ ଟ୍ରେନ ଚାଲୁ ପାଇଁ ସେ ନିବେଦନ କରିଛନ୍ତି।

ଟ୍ରେନ ଚାଲିଲେ ଶମ୍ରିକମାନେ ପୁଣି କର୍ମକ୍ଷେତ୍ରକୁ ଯାଇପାରିବେ। ସେଠାରେ ପୁଣି ଥରେ ସେମାନେ ନିଜର ଜୀବିକା ରଖିପାରିବେ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କରୋନା ମାହାମରୀ ଯୋଗୁଁ ପ୍ରବାସୀ ସଡ଼ିଆ ଜୀବିକା ଛାଡ଼ି ୫ ମାସ ହେଲା ଘରେ ବସିଛନ୍ତି। ଯାହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତି ଖରାପ ହୋଇପଡ଼ିଛି। ପରିବାର ପୋଷିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଛି।

LEAVE A REPLY

Please enter your comment!
Please enter your name here