ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଏକ୍ସପ୍ରେସର ରୂପ ବଦଳିଛି। ତେଜସ ରାକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ଵରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ସ୍ଵାଧୀନତା ଦିବସର ଦିନକ ପୂର୍ବରୁ ସୋମବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି। ବିକଶିତ ଭାରତ ଦିଗରେ ଏହା ଅନ୍ୟତମ ପଦକ୍ଷେପ ବୋଲି ଉଦଘାଟନୀ ଉତ୍ସବରେ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ତେଜସ ରାକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ଲାଗି ଅତ୍ୟାଧୁନିକ ସୁବିଧା ରହିଛି। ଏହାକୁ ଆକର୍ଷଣୀୟ ଭାବେ ସଜ୍ଜା ଯାଇଛି। ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ସ୍ମାର୍ଟ ସ୍ଲିପର କୋଚ ରହିଛି। ଅନ୍ୟ ଟ୍ରେନଗୁଡ଼ିକ ଅପେକ୍ଷା ଏଥିର ଯାତ୍ରୀଙ୍କ ସିଟ୍ ଚଉଡ଼ା ରହିଛି। ଭୁବନେଶ୍ଵରରୁ ରାଜଧାନୀ ଦିଲ୍ଲୀରେ ପହଞ୍ଚିବା ମଧ୍ୟରେ ୧୩ଟି ଷ୍ଟେସନରେ ଅଟକିବ ଏହି ଏକ୍ସପ୍ରେସ।

ତେଜସ ରାକ୍ ଲାଗିବା ପରେ ରାଜଧାନୀ ଏକ୍ସପ୍ରେସ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଗତି କରିବ। ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Tags: #RajdhaniExpress #TejasExpess #RailwayMinisterAshwiniVaishnaw #DharmendraPradhan#Inaugurations

Comment