ଓଡ଼ିଶାଲାଇଭ୍ ବ୍ୟୁରୋcorona

କରୋନା ନିୟନ୍ତ୍ରଣ ପାଇଁ ଏଣିକି ଭୁବନେଶ୍ଵରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା। ବିଏମ୍‌ସି ଅଞ୍ଚଳରେ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ପାଇଁ ୫୬୫ଟି ରାପିଡ୍ ରେସ୍‌ପନ୍ସ ଟିମ୍ ଗଠନ କରାଯିବ। ଏହି ଟିମ୍‌ ସହରର ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ କରିବ। ଭୁବନେଶ୍ଵରରେ କରୋନା ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ କୋଭିଡ୍ ଦାୟିତ୍ଵରେ ଥିବା ଆଇଏଏସ୍‌ ପାରୁଲ ପଟ୍‌ଓ୍ଵାରୀ ସୂଚନା ଦେଇଛନ୍ତି।

ଆଇଏଏସ୍ ପଟ୍‌ଓ୍ଵାରୀଙ୍କ ସୂଚନା ଅନୁସାରେ, ହୋମ୍‌ ଆଇସୋଲେସନ୍‌ରେ ଥିବା ଲୋକଙ୍କ ଘରୁ ବିଏମ୍‌ସି ବର୍ଜ୍ୟବସ୍ତୁ ସଂଗ୍ରହ କରିବ। ଏଥିସହ ଲୋକମାନେ କରୋନା ନିୟମ ମାନୁଛନ୍ତି କି ନାହିଁ ତା ଉପରେ ବିଏମ୍‌ସି କଡ଼ା ନଜର ରଖିବ। ହୋମ୍‌ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି।

କରୋନା ନେଇ କୌଣସି ସନ୍ଦେହ ଉପୁଜିଲେ ଲୋକମାନେ ୧୯୨୯ ନମ୍ବରକୁ କଲ୍‌ କରି ସମସ୍ତ ତଥ୍ୟ ପାଇପାରିବେ ବୋଲି ସେ କହିଛନ୍ତି।BGUଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସହରରୁ ୧୪,୪୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯,୩୫୦ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୭୭ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିସହ ୫୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here