ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇଲ୍‌କୁ ଚ୍ୟାଲେଞ୍ଜକରି ହାଇକୋର୍ଟରେ ମାମଲା। କଟକ ବାଲୁବଜାର ଦୁର୍ଗାପୂଜା କମିଟି ପକ୍ଷରୁ ମାମଲା ଦାୟର କରାଯାଇଥିବା ସୂଚନା ମିଳିଛି।ମୂର୍ତ୍ତିର ଉଚ୍ଚତା ଏବଂ ମଣ୍ଡପକୁ ଆବଦ୍ଧ କରି ପୂଜା କରିବାର ଗାଇଡଲାଇଲକୁ ଚ୍ୟାଲେଞ୍ଜ କରି ଶୁକ୍ରବାର ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି।BGUଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ସେପ୍ଟେମ୍ଵର, ଅକ୍ଟୋବର ଏବଂ ନଭେମ୍ଵର ମାସର ବିଭିନ୍ନ ପୂଜା ପାଳନ ପାଇଁ ଗାଇଡଲାଇନ୍ ଜାରି କରାଯାଇଥିଲା। ଏହି ଗାଇଡଲାଇ୍ ଅନୁସାରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ମଧ୍ୟରେ ରଖିବା ଏବଂ ମଣ୍ଡପକୁ ତିନି ପଟୁ ସଂପୂର୍ଣ୍ଣ ଓ ଗୋଟିଏ ପଟକୁ ଆଂଶିକ ଆବଦ୍ଧ କରି କେବଳ ପରମ୍ପରାକୁ ବଞ୍ଚାଇ ରଖିବାକୁ ପୂଜା ପାଳନ କରିବାକୁ କୁହାଯାଇଥିଲା।

Comment