ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ବିଧାନସଭାକୁ ନେଇ ଏବେ ଶାସକ ଓ ବିରୋଧୀ ମଧ୍ୟରେ ଅଙ୍କ କଷାକଷି ଚାଲିଛି। ଅନ୍ୟପଟେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ କିଛି ସମୟ ଧରି ରାଜନୈତିକ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଏହି ଆଲୋଚନାରେ ନଡ୍ଡା ଓ ନୀତିଶଙ୍କ ମଧ୍ୟରେ ସିଟ୍ ବୁଝାମଣାକୁ ନେଇ କଥାବାର୍ତ୍ତା ହୋଇଛନ୍ତି। କେଉଁ ଦଳ କେତେ ଆସନରେ ବିଧାନସଭା ସିଟ୍ ଲଢ଼ିବ ସେନେଇ ଆଲୋଚନା ହୋଇଛି। ଜେଡିୟୁ ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ଚାହିଁଥିଲାବେଳେ ବିଜେପି କିନ୍ତୁ ୫୦-୫୦ଫର୍ମୁଲା ଆପଣାଇବାକୁ ଚାହୁଁଛି।ତେବେ କେଉଁ ଦଳ କେତେ ଆସନରେ ଲଢ଼ିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ଖୁବଶୀଘ୍ର ଦଳ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିବ ବୋଲି କୁହାଯାଇଛି। ଅନ୍ୟପଟେ ଜେଡିୟୁ, ଏଲଜେପି ଓ ବିଜେପି ଏଥର ନୀତିଶଙ୍କ ନେତୃତ୍ୱରେ ବିହାର ନିର୍ବାଚନ ଲଢ଼ିବ ବୋଲି ପକ୍କା ହୋଇଯାଇଛି।

ଅନ୍ୟପଟେ ମିଳିଥିବା ସୂଚନା ମୁତାବକ ନୀତିଶଙ୍କ ଶାସନ କାଳରେ ଲୋକମାନେ ସେତେଟା ଖୁସି ନଥିବା ଦେଖିବାକୁ ମିଳୁଛି। ତେଣୁ ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଲେ ବି ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଲୋକଙ୍କୁ ଭୋଟ ମାଗିବ। ଏଥିସହ ଆତ୍ମନିର୍ଭର ଭାରତ ଆଧାରରେ ଆତ୍ମନିର୍ଭର ବିହାର ନାରା ଦେଇ ବିଜେପି ନିର୍ବାଚନ ମୈଦାନକୁ ଓହ୍ଲାଇବ।

Comment