ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଂଗ୍ରେସରେ ବଡ଼ ପରିବର୍ତ୍ତନ
  • ବଦଳିଲେ ଓଡ଼ିଶା ପ୍ରଭାରୀ
  • ଡକ୍ଟର ଚେଲ୍ଲାକୁମାର ହେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ

ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ। ଜିତେନ୍ଦ୍ର ସିଂ ସ୍ଥାନରେ ରାଜ୍ୟର ନୂଆ ପ୍ରଭାରୀ ଭାବେ ସାଂସଦ ଡକ୍ଟର ଚେଲ୍ଲାକୁମାର ନିଯୁକ୍ତି ପାଇଛନ୍ତି।୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶାର ପ୍ରଭାରୀ ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂଙ୍କୁ ଏବେ ଆସାମ ପ୍ରଭାରୀ ଭାବେ ଗୁରୁ ଦାୟିତ୍ୱ ଦିଆଯାଇଛି।BGU

ଚେଲ୍ଲାକୁମାର ୨୦୧୯ ନିର୍ବାଚନରେ ତାମିଲନାଡୁର କ୍ରିଷନଗିରି ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। ଜଣେ ଦକ୍ଷ ସଙ୍ଗଠକ ଭାବେ ତାମିଲନାଡୁରେ ତାଙ୍କର ଖ୍ୟାତି ରହିଛି।

ଏଆଇସିସି ଦ୍ୱାରା ନୂଆ କରି ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ପାଇଥିବା ଚେଲ୍ଲାକୁମାରଙ୍କୁ  ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ରାଜ୍ୟରେ ଦଳର ସାଙ୍ଗଠନିକ ଶକ୍ତିକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାରୁ ବିଦାୟୀ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ନିରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।

Comment