ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଂଗ୍ରେସରେ ବଡ଼ ପରିବର୍ତ୍ତନ
  • ସାଧାରଣ ସମ୍ପାଦକ ପଦରୁ ହଟିଲେ ଗୁଲାମ ନବୀ ଆଜାଦଙ୍କ ସମେତ ୪ ନେତା
  • ସିଡବ୍ଲ୍ୟୁସିରୁ ବାଦ ପଡ଼ିଲେ ରାମଚନ୍ଦ୍ର ଖୁଣ୍ଟିଆ

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି। ୨୩ ଜଣ ବରିଷ୍ଠ ନେତାଙ୍କୁ ନେଇ ସୋନିଆ ସିଡବ୍ଲ୍ୟୁସିର ପୁନର୍ଗଠନ କରିଛନ୍ତି।

ସିଡବ୍ଲ୍ୟୁସିରେ ସୋନିଆ ଗାନ୍ଧୀଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲଗାନ୍ଧୀ, ଏକେ ଆନ୍ଥୋନି, ଅହମ୍ମଦ ପଟେଲ, ଗୁଲାମନବୀ ଆଜାଦ. ଅମ୍ବିକା ସୋନି, ଆନନ୍ଦ ଶର୍ମା, ପ୍ରିୟଙ୍କା ଗାନ୍ଧୀ, ଚିଦାମ୍ବରମ, ତରୁଣ ଗୋଗୋଇ, ରଘୁବୀର ସିଂ ମୀନା, ଦିଗ ବିଜୟ ସିଂ, ରାଜୀବ ଶୁକ୍ଳା, ମନକମ୍‌ ଟାଗୋର, ପ୍ରମୋଦ ତିଓ୍ୱାରୀ, ଜୟରାମ ରମେଶ, ଏଚକେ ପାଟିଲ, ସଲମାନ ଖୁର୍ସିଦ,  ପବନ ବଂସଲ, ଦିନେଶ କୁନ୍ଦରେ, ମନୀଷ ଚତରଥ, କୁଲଜୀତ ନାଗରା ସାମିଲ ହୋଇଛନ୍ତି। ତେଲେଙ୍ଗାନା ପ୍ରଭାରୀ ଥିବା ଓଡ଼ିଶାର ରାମଚନ୍ଦ୍ର ଖୁଣ୍ଟିଆ ଏଥରୁ ବାଦ ପଡ଼ିଛନ୍ତି।

ପଦ ହରାଇଲେ ୪ ବରିଷ୍ଠ ନେତା

ଏଆଇସିସି ସାଧାରଣ ସମ୍ପାଦକ ପଦରୁ ବାଦ ପଡ଼ିଛନ୍ତି ଗୁଲାମ ନବୀ ଆଜାଦ, ଅମ୍ବିକା ସୋନି, ମୋତିଲାଲ ବୋରା, ମଲ୍ଲିକାର୍ଜୁନ ଖଡଗେ। ସାଧାରଣ ସମ୍ପାଦକ ତାଲିକାରେ ମୁକୁଲ ଓ୍ୱାସନିକ, ହରିଶ ରାଓ୍ୱତ, ଓମାନ ଚାଣ୍ଡି, ପ୍ରିୟଙ୍କା ଗାନ୍ଧୀ, ରଣଦୀପ ସର୍ଯ୍ୟେଓ୍ୱାଲା, ଜିତନ୍ଦ୍ରେ ସିଂ, ଅଜୟ ମାକେ, ଏବଂ କେସି ବେଣୁଗୋପାଳ ସାମିଲ ହୋଇଛନ୍ତି।

ବିଭିନ୍ନ ରାଜ୍ୟ ପାଇଁ ନୂଆ ପ୍ରଭାରୀ

ମୁକୁଲ ଓ୍ୱାସନିକଙ୍କୁ ମଧ୍ୟପ୍ରଦେଶ, ହରୀଶ ରାଓ୍ୱତ ପଞ୍ଜାବ, ଓମାନ ଚଣ୍ଡୀ ଆନ୍ଧ୍ରପ୍ରଦେଶ, ତାରିକ ଅନଓ୍ୱାର କେରଳ ଓ ଲକ୍ଷାଦୀପ, ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ, ରଣଦୀପ ସିଂହ ସୁର୍ଯ୍ୟେଓ୍ୱଲାଙ୍କୁ କର୍ଣ୍ଣାଟକ, ଜିତେନ୍ଦ୍ର ସିଂହ ଆସାମ, ଅଜୟ ମାକନ ରାଜସ୍ଥାନ, ଏ ଚେଲ୍ଳା କୁମାରଙ୍କୁ ଓଡ଼ିଶା, ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ଦାୟିତ୍ୱ ଦିଆଯାଇଛି।

ଜିତିନ ପ୍ରସାଦଙ୍କୁ ପଶ୍ଚିମବଙ୍ଗ, ରାଜୀବ ଶୁକ୍ଲା ଙ୍କୁ ହିମାଚଳ ପ୍ରଦେଶର ଦାୟିତ୍ୱ ଦିଆଯାଇଛି। ରାଜୀବ ସତ୍ୟଭଙ୍କୁ ଗୁଜୁରାଟ, ଶକ୍ତି ସିଂ ଗୋହିଲଙ୍କୁ ବିହାର, ଦିଲ୍ଲୀ, ପିଏଲ ପୁନିଆକୁ ଛତିଶଗଡ଼, ଆରପିଏନ ସିଂ ଝାଡଖଣ୍ଡ ରଖାଯାଇଛି। ବରିଷ୍ଠ ନେତା ଏଚ୍.କେ ପାଟିଲଙ୍କୁ ମହାରାଷ୍ଟ୍ରର ଦାୟିତ୍ୱରେ ରଖାଯାଇଥିବାବେଳେ ଯୁବ ନେତା ଦେବେନ୍ଦ୍ର ଯାଦବଙ୍କୁ ଉତ୍ତରାଖଣ୍ଡ ଏବଂ ବିବେକ ବଂସାଲ ଦାୟିତ୍ୱ ଦିଆଯାଇଛି।BGU

୬ ଜଣିଆ କମିଟି ଗଠିତ

ସୋନିଆଙ୍କୁ ସହାୟତା କରିବା ଲାଗି ଏକ ୬ ଜଣିଆ କମିଟି ଗଠିତ ହୋଇଛି। ମୁକୁଲ ଓ୍ୱାସନିକ,  ଏକେ ଆନ୍ଥୋନି, ଅହମ୍ମଦ ପଟେଲ, ଅମ୍ବିକା ସୋନି, କେସି ବେଣୁଗୋପାଳ, ରଣଦୀପ ସର୍ଯ୍ୟେଓ୍ୱାଲା ଅଛନ୍ତି।

Comment