ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୫୧ ପଜିଟିଭ୍ ଚିହ୍ନଟ
  • ୧୧୩ କ୍ୱାରେଣ୍ଟାଇନରୁ,୩୮ ଲୋକାଲ୍ କେସ୍ 
  • ରାଜଧାନୀରେ ଏବେ ବି ୪୬୧୩ ଆକ୍ରାନ୍ତ ସକ୍ରିୟ

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୫୧ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୧୧୩ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୩୮ ଲୋକାଲ୍ କେସ୍ ବୋଲି ବିଏମସି ସୂଚନା ଦେଇଛି।

ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ମଧ୍ୟରେ ଶୈଳଶ୍ରୀ ବିହାର, ଚକେଇସିଆଣି, ପଟିଆ, ଝାରପଡ଼ା, ଭିଏସ୍ଏସ୍ ନଗରରୁ ଏକାଧିକ କେସ୍ ରହିଛି। ବିଶେଷକରି କ୍ୱାରେଣ୍ଟାଇନ୍ କେସ୍ ଅପେକ୍ଷା ଲୋକାଲ୍ କେସ୍ ଏତେ ମାତ୍ରାରେ ଚିହ୍ନଟ ହେବା ବିଏମସି ପାଇଁ ଚିନ୍ତା ଘାରିଛି।BGUଅନ୍ୟପଟେ ଆଜି ଭୁବନେଶ୍ୱରର ଆଉ ୪୭୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧,୯୦୧କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ବି ୪୬୧୩ ଆକ୍ରାନ୍ତ ସକ୍ରିୟ ଥିବା ବିଏମସି ସୂଚନା ଦେଇଛି।

Comment