ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ପୋଲିସ ସେବା ସ୍ୱାଭାବିକ ହେବାକୁ ଆହୁରି ମାସେ ଲାଗିବ। ଅକ୍ଟୋବର ୧୫ ସୁଦ୍ଧା ରାଜଧାନୀବାସୀ ପୋଲିସର ମୌଳିକ ସେବା ପାଇ ପାରିବେ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

କୋଭିଡ୍‌ରେ ଅନେକ ପୋଲିସ କର୍ମଚାରୀ ଆକ୍ରାନ୍ତ ହେବା ଫଳରେ ବିଭାଗୀୟ କାର୍ଯ୍ୟରେ ବ୍ୟାଘାତ ଘଟିଥିଲା। କେବଳ ରାଜଧାନୀ ଭୁବନେଶ୍ଵରରେ କରୋନା ଆକ୍ରାନ୍ତ ପୋଲିସ କର୍ମଚାରୀଙ୍କ ସଂଖ୍ୟା ୮୦୦ ରେ ପହଞ୍ଚିଥିବା ବେଳେ ଏଥିରେ ୩ ଜଣ ପ୍ରାଣ ହରାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।BGUପ୍ରାୟ ସବୁ ପୋଲିସ ଥାନାର କର୍ମଚାରୀମାନେ କରୋନାରେ ସଂକ୍ରମିତ ହେବା ଯୋଗୁଁ ପୋଲିସ ତା’ର ନିର୍ଦ୍ଧାରିତ କାମ କରି ପାରୁନଥିଲା। ତେବେ ପୋଲିସ କର୍ମଚାରୀମାନେ ଆସ୍ତେ ଆସ୍ତେ ସୁସ୍ଥ ହେଉଛନ୍ତି। ରାଜଧାନୀବାସୀ ଯେମିତି ପୂର୍ବ ପରି ପୋଲିସ ସେବା ଓ ସୁବିଧା ପାଇପାରିବେ ସେ ଦିଗରେ ଆମେ ଯଥା ସମ୍ଭବ ଚେଷ୍ଟା କରୁଛୁ ବୋଲି ପୋଲିସ କମିସନର କହିଛନ୍ତି।

Comment