ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଶ୍ରୀତମ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଶ୍ରୀତମ ଗତକାଲି ଆଣ୍ଟିଜେନ୍ ଟେଷ୍ଟ କରିଥିଲେ। ସେଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏନେଇ ନିଜେ ଶ୍ରୀତମ ସିଏମ୍‌ସିକୁ ସୂଚନା ଦେଇଥିଲେ। ବର୍ତ୍ତମାନ ସେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି।BGUଶ୍ରୀତମ ସମସ୍ତଙ୍କୁ ସତର୍କ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି।ନିକଟରେ ଅଭିନେତା ଅଜିତ ଦାସ କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ରାନୁ ପାଢ଼ି, ରୁଦ୍ର ପାଣିଗ୍ରାହୀ, ଜିନା ସାମଲଙ୍କ ପରି ଅନେକ କଳାକାର କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

Comment