ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଦୁର୍ଗାପୂଜାରେ କେତେ ଉଚ୍ଚ ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି? ଆଜି ହାଇକୋର୍ଟ ଏନେଇ ଶୁଣାଣି କରିବେ। ମଙ୍ଗଳବାର ପୂଜା କମିଟି ସହିତ କଟକ ଡିସିପିଙ୍କ ଆଲୋଚନା ପରେ ବୁଧବାର କୋର୍ଟରେ ତଥ୍ୟ ଦାଖଲ କରିବେ।

ଏହି ତଥ୍ୟରୁ ଯାହା ନିଷ୍କର୍ଷ ବାହାରିବ ତାକୁ ଆଧାର କରି ବୁଧବାର ହାଇକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ।BGU

କରୋନା ମହମାରୀ ଯୋଗୁଁ ଦୁର୍ଗାପୂଜା ଗାଇଡଲାଇନ ଜାରି ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ କରିବାକୁ କୁହାଯାଇଛି। କଟକର ଅନେକ ପୂଜାକମିଟି ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।  ଯାହାର ଚୂଡ଼ାନ୍ତ ଶୁଣାଣି ଆଜି ହୋଇପାରେ।

Comment