ଓଡ଼ିଶାଲାଇଭ ବ୍ୟୁରୋ

କଟକ ଦୁର୍ଗାପୂଜାରେ ମୂର୍ତ୍ତି ଉଚ୍ଚତା ମାମଲାରେ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଏବେ ତିଆରି ଚାଲିଥିବା ମୂର୍ତ୍ତିମାନଙ୍କର ସ୍ଥିତି ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଇବାକୁ ବିଭିନ୍ନ ପୂଜା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବିଭିନ୍ନ ପୂଜା କମିଟି ଏନେଇ ଡିସିପିଙ୍କୁ ଜଣାଇବେ।

ଡିସିପିଙ୍କୁ ଜଣାଇବା ପରେ ପୋଲିସ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବେ। ଏହାପରେ କମିଟିର ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ କହିଛନ୍ତି କୋର୍ଟ।BGU

ଏଥିସହିତ ଏବେ ଯେଉଁ କମିଟି  ଯେତିକି ଉଚ୍ଚର ମୂର୍ତ୍ତି ତିଆରି କରିଛନ୍ତି ସେତିକି ରଖିବେ ବୋଲି କୋର୍ଟ କହିଛନ୍ତି।

କରୋନା ମହମାରୀ ଯୋଗୁଁ ଦୁର୍ଗାପୂଜା ଗାଇଡଲାଇନ ଜାରି ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ କରିବାକୁ କୁହାଯାଇଥିଲା। କଟକର ଅନେକ ପୂଜାକମିଟି ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Comment