ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୨୫ ପଜିଟିଭ୍ ଚିହ୍ନଟ
  • ଆଜି ଭୁବନେଶ୍ୱରରୁ ୪୨୦ ଜଣ ଆକ୍ରାନ୍ତ ସୁସ୍ଥ 
  • ରାଜଧାନୀରେ ଏବେ ବି ୪୪୨୬ ଆକ୍ରାନ୍ତ ସକ୍ରିୟ 

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୨୫ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୧୦୧ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୨୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ସୂଚନା ଦେଇଛି।

ଭୁବନେଶ୍ୱରର ହଂସପାଳ, ଡମଣା, ଫରେଷ୍ଟ ପାର୍କ ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଏକ ଘରୋଇ ହସ୍ପିଟାଲର କିଛି କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ବିଏମସି ରିପୋର୍ଟ ଦେଇଛି।ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୪୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୩,୧୧୪କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଏବେ ବି ୪୪୨୬ ଆକ୍ରାନ୍ତ ସକ୍ରିୟ ଥିବା ନେଇ ବିଏମସି ସୂଚନା ଦେଇଛି।

Comment