ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ଲୋବାଲ ସ୍ମାର୍ଟ ସିଟି ଇଣ୍ଡେକ୍ସ ୨୦୨୦ର ପ୍ରଥମ ୮୦ଟି ସ୍ଥାନରେ ଭାରତର ଗୋଟିଏ ବି ସହର ନାହିଁ। ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଗତ ବର୍ଷ ଏହି ତାଲିକାର ଯେଉଁ ସ୍ଥାନରେ ଥିଲେ, ଚଳିତ ବର୍ଷ ସେହି ସ୍ଥାନରୁ ଆହୁରି ତଳକୁ ଖସିଛନ୍ତି। ତାଲିକାର ଶୀର୍ଷରେ ରହିଛି ସିଙ୍ଗାପୁର।

ଦ ଇନଷ୍ଟିଚ୍ୟୁଟ୍‌ ଫର୍‌ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ଓ ସିଙ୍ଗାପୁର ୟୁନିଭର୍ସିଟି ଫର୍‌ ଟେକ୍‌ନୋଲୋଜି ଆଣ୍ଡ ଡିଜାଇନ ମିଳିତ ଭାବେ ୨୦୨୦ ବର୍ଷ ପାଇଁ ବିଶ୍ୱର ସ୍ମାର୍ଟ ସିଟି ତାଲିକା ପ୍ରକାଶ କରିଛନ୍ତି। କରୋନା ମହାମାରୀ ସମୟରେ ବିଶ୍ୱର ପ୍ରମୁଖ ସହରଗୁଡ଼ିକରେ ପ୍ରଯୁକ୍ତି ବିଦ୍ୟା କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି, ସେହି ଦିଗକୁ ଦୃଷ୍ଟିରେ ରଖି ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ଏହି ତାଲିକାର ୮୫ତମ ସ୍ଥାନରେ ହାଇଦ୍ରାବାଦ (୨୦୧୯ରେ ୬୭ତମ ସ୍ଥାନ), ୮୬ତମ ସ୍ଥାନରେ ନୂଆଦିଲ୍ଲୀ (୨୦୧୯ରେ ୬୮ତମ ସ୍ଥାନ), ୯୩ତମ ସ୍ଥାନରେ ମୁମ୍ବାଇ (୨୦୧୯ରେ ୭୮ତମ ସ୍ଥାନ), ୯୫ତମ ସ୍ଥାନରେ ମୁମ୍ବାଇ (୨୦୧୯ରେ ୭୯ତମ ସ୍ଥାନ) ରହିଛି।

Comment