ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ୟ କେଉଁ ସ୍ଥାନ କଥା କୁହାଯାଉନି। ରାଜଧାନୀ ଭୁବନେଶ୍ୱରରେ ହିଁ ମାସ୍କ ପିନ୍ଧି ନଥିବା କାରଣରୁ ୧,୦୨୩ ଜଣ ଲୋକଙ୍କୁ ଜରିମାନା ଦେବାକୁ ପଡ଼ିଛି। ରାଜଧାନୀର ଶିକ୍ଷିତ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଚଢ଼ାଉ ଜୋରଦାର ହେବ ବୋଲି କମିସନରେଟ ପୋଲିସ କହିଛି। ଗତ ତିନି ଦିନ ମଧ୍ୟରେ ଦୁଇ ହଜାରରୁ ଅଧିକ ଲୋକ ଚାଲାଣ କାଟିଛନ୍ତି।

ଭୁବନେଶ୍ୱର ଡିସିପି ତାଙ୍କ ଟୁଇଟରେ କହିଛନ୍ତି ଯେ ମାସ୍କ ନପିନ୍ଧିବା ଓ ସାମାଜିକ ଦୁରତ୍ୱକୁ ନମାନିବା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଏହି ଲୋକମାନଙ୍କୁ ଫାଇନ୍ କରାଯାଇଛି। ମାସ୍କ ପିନ୍ଧିବା ଓ ପରସ୍ପରଠାରୁ ଦୂରରେ ରହିବା ପାଇଁ ପୋଲିସ ପକ୍ଷରୁ ବରାବର କୁହାଯାଇ ଆସିଛି। ତା’ ସତ୍ତ୍ୱେ ଲୋକେ ମାନୁନାହାନ୍ତି। ନିୟମ ଅନୁଯାୟୀ, ପ୍ରଥମ ଓ ଦ୍ଵିତୀୟ ଥର ଉଲ୍ଲଂଘନ ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ୁଥିବା ବେଳେ ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ।ଟୁଇନ ସିଟିରେ କରୋନା ନିୟମ ଉଲ୍ଲଂଘନ ଉପରେ ଜୋର ଦିଆଯିବ। ଯେଉଁମାନେ ନିୟମ ମାନୁନାହାନ୍ତି ସେମାନଙ୍କୁ ତଣ୍ଡ ଗଣିବାକୁ ପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି।

Comment