ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିରୋ ଫିଗର କଥା ଆସିଲେ ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ଆସେ। ସେ ହେଲେ କରୀନା କପୁର। ବିବାହ ପୂର୍ବରୁ ଓ ବିବାହ ପରେ ସେ ତାଙ୍କ ଫିଗର ଉପରେ ବେଶ୍‌ ଧ୍ୟାନ ଦେଇଛନ୍ତି। ତେବେ ଆପଣ ଜାଣନ୍ତି କି କରୀନା କପୁରଙ୍କ ଫିଟନେସ୍‌ ମନ୍ତ୍ର?

ଏକ ସାକ୍ଷାତକାରରେ କରୀନା କପୁର ତାଙ୍କ ଫିଟନେସ ମନ୍ତ୍ରର ଖୁଲାସା କରିଥିଲେ। କରୀନାଙ୍କ ଫିଟନେସ ମନ୍ତ୍ର ହେଉଛି ଯୋଗ। କରୀନା ପ୍ରତିଦିନ ସକାଳେ ସୂର୍ଯ୍ୟ ନମସ୍କାର ମଧ୍ୟ କରନ୍ତି। ପୂର୍ବରୁ ସେ ପ୍ରାୟ ୧୦୮ ସୂର୍ଯ୍ୟ ନମସ୍କାର କରୁଥିଲେ। ତୈମୁରଙ୍କୁ ଜନ୍ମ ଦେବା ପରେ ଏବେ ସେ ପ୍ରାୟ ୫୦ ସୂର୍ଯ୍ୟ ନମସ୍କାର କରୁଛନ୍ତି। ଜିମରେ ଝାଳ ବୁହାଇବା ସହିତ କରୀନା ବିଭିନ୍ନ ପ୍ରକାରର ବ୍ୟାୟାମ କରନ୍ତି।

ଏହାସହ କରୀନା ନିଜ ଖାଦ୍ୟ ପାନୀୟ ଉପରେ ବି ବିଶେଷ ଧ୍ୟାନ ଦିଅନ୍ତି। ବାହାର ଖାଇବା ଅପେକ୍ଷା ସେ ଘର ଖାଇବାକୁ ଅଧିକ ପସନ୍ଦ କରନ୍ତି। ସେ ରାତ୍ରୀଭୋଜନ ପାଖାପାଖି ୮ଟା ସୁଦ୍ଧା କରନ୍ତି। ଭାତ, ଡାଲି, ଖେଚୁଡ଼ି ତାଙ୍କ ପ୍ରିୟ ଖାଇବା।

Comment