ଓଡ଼ିଶାଲାଇଭ୍ ବ୍ୟୁରୋ  

  • ଭୁବନେଶ୍ୱରରୁ ଆଜି ୩୪୫ ପଜିଟିଭ୍ ଚିହ୍ନଟ
  • ୧୦୧ କ୍ୱାରେଣ୍ଟାଇନରୁ,୨୪୪ ଲୋକାଲ୍ କେସ୍
  • ରାଜଧାନୀରେ ଏବେ ବି ୩୮୦୬ ଆକ୍ରାନ୍ତ ସକ୍ରିୟ

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୪୫ ନୂଆ କରୋନା ପଜିଟିଭ୍। ଏଥିସହ ସହର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ପାର୍ କରିଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବାକି ୨୪୪ ଜଣ ଆକ୍ରାନ୍ତ ଲୋକାଲ୍ ବୋଲି ବିଏମସି ସୂଚନା ଦେଇଛି।

ଭୁବନେଶ୍ୱରର ଶୈଳଶ୍ରୀ ବିହାର, ଲକ୍ଷ୍ମୀସାଗର, ୟୁନିଟ୍ ୮, ପାତ୍ରପଡ଼ା, ଗାଢ଼କଣ, ମଧୁସୂଦନ ନଗର ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶେଷକରି ଏତେ ମାତ୍ରାରେ ଲୋକାଲ୍ କେସ୍ ଚିହ୍ନଟ ହେବା ବିଏମସି ପାଇଁ ଚିନ୍ତା ଆଣିଛି।

ଅନ୍ୟପଟେ ଆଜି ରାଜଧାନୀର ୪୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୫,୩୫୪କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ବି ୩୮୦୬ ଆକ୍ରାନ୍ତ ସକ୍ରିୟ ଥିବା ବିଏମସି ସୂଚନା ଦେଇଛି।

Comment