ଓଡ଼ିଶାଲାଇଭ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ) : ୪ଟି ଛୋଟ ଛୁଆଙ୍କୁ ଆଈ ମା’ ପାଖରେ ଛାଡ଼ି ୪ ମାସ ହେଲା ବାପା, ମା’ ଘର ଛାଡ଼ି ଚାଲିଯାଇଛନ୍ତି। କୁଆଡ଼େ ଯାଇଛନ୍ତି, କ’ଣ କରୁଛନ୍ତି ସେ ଖବର କାହା ପାଖରେ ନାହିଁ। ଫଳରେ ୪ଟି ଛୋଟ ଛଆଙ୍କୁ ପଲିଥିନ ତମ୍ବୁ ତଳେ ଧରି ରହିଛନ୍ତି ଆଈ ମା’। ପୁରୀ ଜିଲ୍ଲା କାକଟପୁରରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ବୁଢ଼ୀ ଆଈ ଏହି ଛୁଆଙ୍କୁ ପାଳିବାକୁ ସକ୍ଷମ ନୁହନ୍ତି। ଛୁଆଙ୍କୁ ଯେତ ତେନ ଉପାୟରେ ଖାଦ୍ୟ ଦେଇ ଖାଲି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି। କାରଣ ତାଙ୍କ ପୁଅ ଚନ୍ଦ୍ରମଣି ସେଠୀ ଜଣେ ଦିବ୍ୟାଙ୍ଗ। ସେ ମଧ୍ୟ କାମ ଧନ୍ଦା କରିପାରୁ ନାହାନ୍ତି। ପୁଅ, ନାତି ନାତୁଣୀଙ୍କୁ ମିଶାଇ ୮ ଜଣ ପରିବାର ଚଳାଇବା ବୃଦ୍ଧାଙ୍କ ପାଇଁ କାଠିକର ପାଠ ହୋଇପଡ଼ିଛି। ଏମାନଙ୍କ ମଧ୍ୟରେ ଏକ ୮ ମାସର ଶିଶୁ କନ୍ୟା ମଧ୍ୟ ରହିଛି। କିନ୍ତୁ ତାକୁ ମଧ୍ୟ ଖାଇବାକୁ ଦେଇପାରୁନାହାନ୍ତି ବୃଦ୍ଧା। ଦୁଃଖର ବିଷୟ ପିଲା ଜନ୍ମ ହୋଇ ୮ ମାସର ହେଲାଣି କିନ୍ତୁ ଅଙ୍ଗନଓ୍ୱାଡ଼ି ଦିଦି ଏ ସମ୍ପର୍କରେ ଜାଣି ନାହାନ୍ତି।

ଏ ବାବଦରେ ପ୍ରଶାସନକୁ ଜଣେଇବା ପରେ କାକଟପୁର ବିଡିଓ , ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ ସୁପରଭାଇଜର , ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଜିଲ୍ଲା ଶିଶୁ ସୁରକ୍ଷାର ୨ଜଣିଆ ଟିମ୍ ଆସି ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ତେବେ ଏତେ ଦିନ ହେଲା ଏମାନଙ୍କ ଉପରେ ପ୍ରଶାସନର ନଜର କିଭଳି ପଡ଼ିନଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment