ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ଭିତରେ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହାପୂର୍ବରୁ ଆଜିଠୁ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯିବ।

ବିଏମସିର ତତ୍ତ୍ୱାବଧାନରେ ଏହି ଟେଷ୍ଟିଂ ପକ୍ରିୟା ଆରମ୍ଭ ହେବ। ଅଧିବେଶନରେ ଯୋଗ ଦେବାକୁ ଥିବା ସମସ୍ତ ବିଧାୟକ ଏହି ଟେଷ୍ଟ କରିବା ବାଧ୍ୟତାମୂଳକ। ଏହି ଟେଷ୍ଟରେ ଯେଉଁ ବିଧାୟକମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବେ ସେମାନେ ବିଧାନସଭା ଅଧିବେଶନରେ ଯୋଗଦେବେ। ପଜିଟିଭ୍ ଥିବା ବିଧାୟକମାନଙ୍କୁ ଅଧିବେଶନରୁ ବାଦ୍ ଦିଆଯିବ।

ଅନ୍ୟପଟେ ଯେଉଁ ବିଧାୟକମାନେ ଚାହିଁବେ ସେମାନେ ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରୁ ଭିଡିଓ କନଫରେନ୍ସି ଜରିଆରେ ଯୋଡ଼ି ହୋଇପାରିବେ। ଏଥିପାଇଁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

Comment