ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ୮୮ ବର୍ଷ ବୟସରେ ପାଦ ଦେଇଛନ୍ତି । ଏହି ଅବସରରେ ବହୁ ବରିଷ୍ଠ ନେତା ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଦଳୀୟ ନେତା କର୍ମୀଙ୍କ ବ୍ୟତୀତ ବିରୋଧୀ ଦଳ ନେତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୧୯୩୨ ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବରେ ଜନ୍ମିତ ମନମୋହନ ସିଂହ ଭାରତର ଦୁଇଥର ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି। ଏବେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ଜଣେ ରାଜନେତା ଭାବ ସେ ଯେତିକି ପରିଚିତ, ଜଣେ ସିଧାସାଧା ସରଳ ବ୍ୟକ୍ତିତ୍ୱ ଭାବେ ମଧ୍ୟ ସେ ସେତିକି ପରିଚିତ।

ପାଠପଢ଼ାରେ ମଧ୍ୟ ସେ ବେଶ୍‌ ଆଗୁଆ ଥିଲେ। ମନମୋହନ ସିଂ ୧୯୪୮ ମସିହାରେ ୧୦ମ ଶ୍ରେଣୀ ଉତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଗସ୍ତ କରିଥିଲେ। ସେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ୧୯୫୭ରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ୧୯୬୨ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନୁଫିଡ କଲେଜରେ ପିଏଚଡି ହାସଲ କରିଥିଲେ।

୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟରେ ଥିବା ସମୟରେ ଦେଶ ନବନିର୍ବାଚିତ ପ୍ରଧାନମନ୍ତ୍ରୀ  ନରସିଂହ ରାଓ  ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। କିଛି ବର୍ଷ ଯାଏ ଏକ କଡା ବିରୋଧ କ୍ରମେ ସେ ଅର୍ଥ ମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଡା ବ୍ୟବସ୍ଥା କରିଥିଲେ। ଏହି ଉପାୟ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଥିବା ସଂକଟକୁ ଟାଳିବାରେ ସେ ସଫଳ ହୋଇଥିଲେ, ଏବଂ ନିଜକୁ ବିଶ୍ୱ ଦରବାରରେ ଏକ ମହାନ ଅର୍ଥଶାସ୍ତ୍ରୀ ଭାବେ ପ୍ରୟୋଜିତ କରିଥିଲେ।

୨୦୦୪ରୁ ୧୦୧୪ ମନମୋହନ ସିଂ ଭାରତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ବହୁ ଉନ୍ନତିମୂଳକ ଯୋଜନା ଆଣିଥିଲେ ମନମୋହନ ସିଂହ।

Comment