ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇପର୍‌ଟେନ୍ସନ ରୋଗୀଙ୍କ ପାଇଁ କରୋନା ଭୂତାଣୁ ଘାତକ ସାବ୍ୟସ୍ତ ହେଉଛି। କରୋନାରେ ପ୍ରାଣ ହରାଇଥିବା ଅନେକ ରୋଗୀ ହାଇପର୍‌ଟେନ୍ସନରେ ପୀଡ଼ିତ ଥିବା ଜଣାପଡ଼ିଛି। ତେବେ ଏହି ହାଇପର୍‌ଟେନ୍ସନ କ’ଣ ଏବଂ ଖାଦ୍ୟ ଦ୍ଵାରା ଏହାକୁ ଆମେ କିପରି କମ୍ କରିପାରିବା ଆସନ୍ତୁ ଜାଣିବା..

ହାଇପର୍‌ଟେନ୍‌ସନ୍ ବା ହାଇବ୍ଲଡପ୍ରେସର ଏକ ନୀରବ ଘାତକ(ସାଇଲେଣ୍ଟ କିଲର୍) ପରି କାମ କରିଥାଏ। ଏହା ଆମର ଜୀବନଶୈଳୀ ସହ ଜଡ଼ିତ ଏକ ରୋଗ।

ହାଇପର୍‌ଟେନ୍ସନର କାରଣ

ଅତ୍ୟଧିକ କାମ ଚାପ, ଖରାପ ଜୀବନଶୈଳୀ ଓ ଭୁଲ୍ ଖାଦ୍ୟାଭ୍ୟାସ ଯୋଗୁଁ ହାଇପର୍‌ଟେନ୍ସନ ହୋଇପାରେ।

କିସମିସ୍

ମ୍ୟାଗ୍ନେସିୟମ୍‌ରେ ଭରପୂର କିସମିସ୍ ବ୍ଲଡ ପ୍ରେସରକୁ ସାମାନ୍ୟ ରଖିବାରେ ସାହାଯ୍ୟ କରେ।କଦଳୀ

କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ୍ ଅଛି, ଯାହାକି ହାଇପର୍‌ଟେନ୍ସନଠାରୁ ଦୂରେଇ ରଖେ।

ଅଁଳା

ହାଇପର୍‌ଟେନ୍ସନକୁ କମ୍ କରିବା ପାଇଁ ଅଁଳା ଖାଇବା ଉଚିତ। ଏହାଦ୍ଵାରା ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ।

ରସୁଣ

ରସୁଣରେ ଅନେକ ପ୍ରକାର ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଏହା ବ୍ଲଡ ପ୍ରେସରକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ।ଟମାଟୋ

ନିୟମିତ ଭାବେ ଟମାଟୋ ଖାଇଲେ ହାଇପର୍‌ଟେନ୍ସନ କମ୍ ହୋଇଥାଏ।ଭିଟାମିନ ସି

ଭିଟାମିନ ସି ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥାଏ। ତେଣୁ ଭିଟାମିନ ସି ଥିବା ପରିବା, ଫଳ ଆଦି ନିଜ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।ଆମ୍ବ

ହାଇପର୍‌ଟେନ୍ସନ ଯୋଗୁଁ ହାର୍ଟ ସମସ୍ୟା ଦେଖାଦିଏ। ଆମ୍ବରେ ଥିବା ମ୍ୟାଗ୍ନେସିୟମ ଏଭଳି ସମସ୍ୟାକୁ ଦୂରେଇବାରେ ସାହାଯ୍ୟ କରେ।

LEAVE A REPLY

Please enter your comment!
Please enter your name here