ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ରାଜ୍ୟର ବିଭିନ୍ନ ମନ୍ଦିର ଦୀର୍ଘ ଦିନ ହେବ ବନ୍ଦ ରହିଛି। ତେବେ ମନ୍ଦିର ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ। ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

କେନ୍ଦ୍ର ସରକାରଙ୍କ କୋଭିଡ୍ ନିୟମ ଅନୁସରଣ କରି ନିଷ୍ପତ୍ତି ନେବାକୁ ପଡ଼ିବ। ତେବେ ବର୍ତ୍ତମାନ ସ୍ଥିତି ଉପରେ ଏହି ନିଷ୍ପତ୍ତି ନିର୍ଭର କରୁଛି ବୋଲି ପ୍ରତାପ ଜେନା କହିଛନ୍ତି।ଅକ୍ଟୋବର ପହିଲାରୁ ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକ ଖୋଲିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ଘୋଷଣା କରିଥିଲେ। ଏହି ଅବସରରେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନେବେ ବୋଲି ସେ କହିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

Comment