ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ପାଇଁ ୩୯ ଜଣିଆ ପରିଚାଳନା ସମିତି ଗଠନ କରିଛି ରାଜ୍ୟ ବିଜେପି। ଏହି ଟିମ୍ ଦଳ ପକ୍ଷରୁ ଦୁଇ ଉପ-ନିର୍ବାଚନର ପରିଚାଳନା କରିବେ ବୋଲି କୁହାଯାଇଛି।
ବାଲେଶ୍ୱର ସଦର ପାଇଁ ଘୋଷିତ ହୋଇଥିବା ୧୬ ଜଣିଆ ପରିଚାଳନା ଟିମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ସ୍ଥାନ ମିଳିଛି। ଏଥିସହିତ ଏହି ଟିମରେ ବିଧାୟକ ସୁକାନ୍ତ ନାୟକ ଓ ବାଲେଶ୍ୱର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ମଧ୍ୟ ସାମିଲ୍ କରାଯାଇଛି।
ସେହିଭଳି ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଦଳ ୨୩ ଜଣିଆ ପରିଚାଳନା ସମିତି ଗଠନ କରିଛି। ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ସାମିଲ ଅଛନ୍ତି।