ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ବେଳେ ଏହାର ଭୂତାଣୁ ସହ ଲଢ଼ିବା ପାଇଁ ବହୁ ସଂଖ୍ୟାରେ ପ୍ଲାଜ୍‌ମା ଅତ୍ୟାବଶ୍ୟକ ହୋଇପଡ଼ିଛି। ଏହି କ୍ରମରେ ଓଡ଼ିଶା ପୋଲିସ ନିଜର ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଚାଲିଛି। ଓଡ଼ିଶା ପୋଲିସରେ କାର୍ଯ୍ୟରତ ୩୦୩ ଜଣ କରୋନା ଯୋଦ୍ଧା କୋଭିଡ୍‌କୁ ହରାଇବା ପରେ ପ୍ଲାଜ୍‌ମା ଦାନ କରି ନିଜ ବିଭାଗକୁ ଗୌରବାନ୍ୱିତ କରିଛନ୍ତି।

ଏହି କରୋନା ଯୋଦ୍ଧାମାନେ ରାଜ୍ୟର ବିଭିନ୍ନ ପ୍ଲାଜ୍‌ମା ସଂଗ୍ରହ କେନ୍ଦ୍ର ଯଥା- ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ଆଇଜିଏଚ୍‌ ରାଉରକେଲା, ଭିମ୍‌ସାର ବୁର୍ଲା, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ବ୍ରହ୍ମପୁରରେ ବିଭିନ୍ନ ସମୟରେ ପ୍ଲାଜ୍‌ମା ଦାନ କରିଛନ୍ତି।

ଏହି ସଫଳତା ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଜ ଅଫିସିଆଲ ଟୁଇଟର ପେଜ୍‌ରେ ସୂଚନା ଦେଇଛନ୍ତି। ସେଥିରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ପୋଲିସ ପ୍ଲାଜ୍‌ମା ଦାନରେ ତ୍ରିଶତକ ଟପିଛି। ଏହି ସଫଳତାକୁ ଆମେ ବିନମ୍ରତାର ସହ ଗ୍ରହଣ କରି ୪ଶହ ଅଙ୍କ ଛୁଇଁବା ପାଇଁ ବଦ୍ଧ ପରିକର ହେବୁ।

Comment