ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବରିଷ୍ଠ ନେତା ମନ୍ତ୍ରୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କ ବିଷୟରେ କିଛି କଥା..
୧୯୪୫ ଆଜିର ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତରପ୍ରଦେଶର କାନପୁର ଜିଲ୍ଲା ପରୌଖ ଗାଁରେ ଏକ କୃଷକ ପରିବାରରେ ଜନ୍ମ ହୋଇଥିଲେ। କୋବିନ୍ଦଙ୍କର ପିଲାବେଳ ବେଶ୍ ସଂଘର୍ଷୟ ଥିଲା।ରାଷ୍ଟ୍ରପତି ଭାବେ ଶପଥ ନେବା ସମୟରେ ସେ ଏକଥାର ଖୁଲାସା କରିଥିଲେ।
କାନପୁର ନଗର ବିଏନଏସଡିରେ ଇଣ୍ଟରମିଡ଼ିଏଟ, ଡିଏବି କଲେଜରୁ ବାଣିଜ୍ୟରେ ସ୍ନାତକ ଏବଂ ଡିଏବି ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ।
ରାଷ୍ଟ୍ରପତି ହେବା ପୂର୍ବରୁ ସେ ବିହାରର ରାଜ୍ୟପାଳ ଥିଲେ। ସେ ପେସାରେ ଜଣେ ଓକିଲ ଥିଲେ। ୧୯୯୪ରୁ ୨୦୦୦ କୋବିନ୍ଦ ଉତ୍ତରପ୍ରଦେଶରୁ ରାଜ୍ୟସଭା ସଦସ୍ୟ ନିର୍ବାଚିତ ହୋଇଥିଲେ। ସେ ୧୨ ବର୍ଷ ସାଂସଦ ଥିଲେ।
ରାଷ୍ଟ୍ରପତିଙ୍କ ଦରମା?
ପୂର୍ବରୁ ରାଷ୍ଟ୍ରପତିଙ୍କ ଦରମା ଦେଢ଼ ଲକ୍ଷ ଥିଲା। ୨୦୧୭ ପରେ ଏଥିରେ ପରିବର୍ତ୍ତନ ହୋଇଛି। ଏବେ ରାଷ୍ଟ୍ରପତିଙ୍କ ଦରମା ମାସକୁ ୫ ଲକ୍ଷ ରହିଛି। ଏହାବ୍ୟତୀତ ରାଷ୍ଟ୍ରପତିଙ୍କୁ ଅନ୍ୟ ବିଭିନ୍ନ ସବୁଧା ମଧ୍ୟ ଥାଏ।


















