ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୧୨ ପଜିଟିଭ୍ ଚିହ୍ନଟ
  • ରାଜଧାନୀରୁ ଆଜି ସୁସ୍ଥ ହେଲେ ୩୨୯ ଆକ୍ରାନ୍ତ
  • ସହରରେ କରୋନା ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୧୨ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୫୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୫୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି।

ଭୁବନେଶ୍ୱରର ବରମୁଣ୍ଡା, ରେଣ୍ଟାଲ କଲୋନୀ, ସହୀଦ ନଗର, ଟଙ୍କପାଣି ରୋଡ୍ ଆଦି ଅଞ୍ଚଳରୁ କ୍ୱାରେଣ୍ଟାଇନରେ ଥିବା ଲୋକମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ୟୁନିଟ ୯, ପଟିଆ, ୟୁନିଟ୍ ୬, ନୀଳାଦ୍ରି ବିହାର, ଶହୀଦ ନଗରରୁ ଏକାଧିକ ଲୋକାଲ୍ କେସ ସାମନାକୁ ଆସିଛି।

ଅନ୍ୟପଟେ ଆଜି ଭୁବନେଶ୍ୱରର ୩୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ସହରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୮,୯୧୪କୁ ବୃଦ୍ଧି ପାଇଛି। ସେହିପରି ଆଜିର ମୃତକଙ୍କ ମିଶାଇ ଭୁବନେଶ୍ୱରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦ ଛୁଇଁଛି।

Comment