ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୨୯ ପଜିଟିଭ୍ ଚିହ୍ନଟ
  • ୧୧୦ କ୍ୱାରେଣ୍ଟାଇନରୁ,୨୨୯ ସ୍ଥାନୀୟ ସଂକ୍ରମିତ
  • ରାଜଧାନୀରେ ଏବେ ବି ୩୫୦୨ ଆକ୍ରାନ୍ତ ସକ୍ରିୟ

ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୨୯ ନୂଆ କରୋନା ପଜିଟିଭ୍। ଏଥିସହ ସହରର ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨୩ ହଜାରରେ ପହଞ୍ଚିଛି। ଏନେଇ ବିଏମସି ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୧୦ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୨୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଭୁବନେଶ୍ୱରର ପଟିଆ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ମଞ୍ଚେଶ୍ୱର, ଡୁମୁଡୁମା ଆଦି ଅଞ୍ଚଳରୁ ଏକାଧିକ ପଜିଟିଭ୍ କେସ୍ ସାମନାକୁ ଆସିଛି।

ଅନ୍ୟପଟେ ଆଜି ଭବନେଶ୍ୱରର ୩୪୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସହରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୯,୨୫୫କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ବି ୩୫୦୨ ଆକ୍ରାନ୍ତ ସକ୍ରିୟ ଥିବା ବିଏମସି ରିପୋର୍ଟ ଦେଇଛି।

Comment