ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଦୁଇ ଦିନ ଧରି କଟକ ଓ ଭୁବନେଶ୍ୱରରେ ଲଗାଣ ବର୍ଷା ହେବ। ବର୍ଷା ସାଙ୍ଗକୁ ବଜ୍ରପାତ ପଡ଼ିବା ନେଇ ମଧ୍ୟ ପୂର୍ବାନୁମାନ କରାଯାଉଛି। ଏଥିପାଇଁ ଟୁଇନ୍ ସିଟିକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ଦୁଇଦିନ ସହରରେ ପାଗ ମେଘୁଆ ରହିବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବ। ବର୍ଷା କାରଣରୁ ରାସ୍ତା ଉପରେ ପାଣି ଜମିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସେପ୍ଟେମ୍ବର ୪ ତାରିଖ ଓ ୫ ତାରିଖ ଦୁଇ ଦିନ ଧରି ବର୍ଷା ହେବ। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି। ସେହିପରି ରାଜ୍ୟରେ ମଧ୍ୟ ପାଗ ଖରାପ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Comment