ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ସଦର ମହକୁମାଠାରେ କେନ୍ଦ୍ରୀୟ କୃଷି ବିଲ୍ ରଦ୍ଦ କରିବା ଦାବିରେ ବିକ୍ଷୋଭ କରିଛି ଜିଲ୍ଲା କଂଗ୍ରେସ। ଶୁକ୍ରବାର କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ରାହୁଲ ଗାନ୍ଧିଙ୍କ ପ୍ରତି ଉତ୍ତରପ୍ରଦେଶ ସରକାରଙ୍କ ଆଚରଣକୁ ମଧ୍ୟ କଂଗ୍ରେସ ନେତା ଓ କର୍ମୀଙ୍କ ପକ୍ଷରୁ ନିନ୍ଦା କରାଯାଇଛି।

ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ତିଥିରେ ସ୍ଥାନୀୟ ତ୍ରିନାଥ ଛକ ଗାନ୍ଧିମୂର୍ତ୍ତି ଠାରୁ ଦଳୀୟ ନେତା ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସର ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା। ପଦଯାତ୍ରା ଜିଲ୍ଲାପାଳ କାର୍ଯ୍ୟଳୟରେ ପହଞ୍ଚିବା ପରେ ସେଠାରେ କେନ୍ଦ୍ର କୃଷି ବିଲ୍ ବିରୋଧି ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀମାନେ। ଦଳପକ୍ଷରୁ କୃଷି ବିଲ୍ ରଦ୍ଦ କରିବା ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରା ଯାଇଥିଲା।ବିକ୍ଷୋଭ ଓ ପ୍ରତିବାଦ ସଭାରେ ଦଳର ରଣଜିତ ଦାଶ, ମନୋଜ କୁମାର ସାହୁ, ହୁସେନ ଖାଁ ଏବଂ ଫକିର ମଲ୍ଳ ଆଦି ଉପସ୍ଥିତ ରହି କେନ୍ଦ୍ର କୃଷି ନୀତୀକୁ ବିରୋଧ କରିଥିଲେ। କିଛିଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ପ୍ରତି ଉତ୍ତରପ୍ରଦେଶ ସରକାରଙ୍କ ଆଚରଣକୁ ଉପସ୍ଥିତ ନେତା କର୍ମୀ ଓ ସମର୍ଥକ ନିନ୍ଦା କରିଥିଲେ।

Comment