ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରାଦେଶରେ ଏବେ ବିରୋଧ ଜାରି ରହିଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ଲାଗି ଦେଶବ୍ୟାପୀ ଦାବି କରାଯାଉଛି। ଏପରିସ୍ଥଳରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ହାଥରସ ଯିବାକୁ ଘୋଷଣା କରିଛନ୍ତି।

‘‘ଦୁନଆର କୌଣସି ଶକ୍ତି ମତେ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଅଟକାଇପାରିବ ନାହିଁ। ପୀଡ଼ିତା ଏବଂ ତାଙ୍କ ପରିବାର ସହ ଉତ୍ତରପ୍ରଦେଶ ପୋଲିସ କରିଥିବା ବ୍ୟବହାର ଗ୍ରହଣୀୟ ନୁହେଁ’’, ଟୁଇଟରେ ଲେଖିଛନ୍ତି ରାହୁଲ ଗାନ୍ଧୀ।

ଦୁଇ ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଉତ୍ତରପ୍ରଦେଶ ଗସ୍ତ କରିଥିଲେ। କିନ୍ତୁ ପଦଯାତ୍ରା କରି ଯାଉଥିବା ସମୟରେ ୟୁପି ପୋଲିସ ନୋଏଡ଼ା ନିକଟରେ ତାଙ୍କୁ ଅଟକାଇଥିଲା। ଫଳରେ ରାହୁଲ, ପ୍ରିୟଙ୍କା ପୀଡ଼ିତାଙ୍କ ପରିବାରକୁ ଭେଟି ପାରିନଥିଲେ। ତେବେ ପୁଣି ଆଜି ରାହୁଲ ହାଥରସ ଯିବେ ବୋଲି ଜଣାପଡ଼ିଛି। ତାଙ୍କ ସହିତ ସାଂସଦମାନଙ୍କ ଏକ ଟିମ୍‌ ମଧ୍ୟ ଯିବ।

Comment