ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ) : ପ୍ରଦୀପ ମହାରଥୀ ଥିଲେ ଓଡ଼ିଶାର ଜଣେ ଦକ୍ଷ ରାଜନେତା। ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ଜଣେ ଦକ୍ଷ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ।
୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।
ପ୍ରଦୀପ ମହାରଥୀ ୧୯୫୫ ମସିହାର ଜୁଲାଇ ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଗୋକୁଳାନନ୍ଦ ମହାରଥୀ ଓ ପତ୍ନୀଙ୍କ ନାମ ପ୍ରତିଭା ମିଶ୍ର। ପ୍ରଦୀପଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ।
ପ୍ରଦୀପ ମହାରଥୀ ଓଡ଼ିଶା ରାଜନୀତିରେ ଜନତା ଦଳରୁ କାର୍ଯ୍ୟ ଅ।ରମ୍ଭ କରିଥିଲେ। ୧୯୮୫ରୁ ୨୦୨୦ ଯାଏଁ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ସେ ପତ୍ୟକ୍ଷଭାବେ ରାଜ୍ୟ ରାଜନୀତି ସହ ଜଡିତ ଥିଲେ। ପୂର୍ବରୁ ଓଡ଼ିଶା ବିଧାନ ସଭାର କୃଷି,ମତ୍ସ୍ୟ, ପଶୁପାଳନ,ପଞ୍ଚାୟତରାଜ ଓ ପନୀୟଜଳ ଭଳି ଗୁତୁତ୍ୱପୂର୍ଣ ବିଭାଗର ମନ୍ତ୍ରୀ ଭାବେ ନିଜର ଦାଇତ୍ୱ ନିର୍ବାହ କରିଥିଲେ।