ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୬୫ ପଜିଟିଭ୍ ଚିହ୍ନଟ
  • ୧୧୬ କ୍ୱାରେଣ୍ଟାଇନରୁ,୨୪୯ ସ୍ଥାନୀୟ ସଂକ୍ରମିତ
  • ସହରରେ ଏବେ ବି ୩୫୭୧ ଜଣ କୋଭିଡ୍ ରୋଗୀ ସକ୍ରିୟ

ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୬୫ ନୂଆ କରୋନା ପଜିଟିଭ୍। ଏଥିସହ ସହରର ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨୪ ହଜାରରେ ପହଞ୍ଚିଛି। ଏନେଇ ବିଏମସି ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ମଙ୍ଗଳବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୧୬ ଜଣ କ୍ୱାରେଣ୍ଟାଇନରୁ ଏବଂ ବାକି ୨୪୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ମିଳିଛି। ଭୁବନେଶ୍ୱରର ନୟାପଲ୍ଲୀ, ପାତ୍ରପଡ଼ା, ପଟିଆ, ସଦିଦ ନଗର, ଝାରପଡ଼ା ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଆଜି ଭୁବନେଶ୍ୱରର ୩୨୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସହରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୦ ହଜାର ଟପିଛି। ସହରରେ ଏବେ ବି ୩୫୭୧ ଜଣ କୋଭିଡ୍ ରୋଗୀ ସକ୍ରିୟ ଥିବା ନେଇ ବିଏମସି ରିପୋର୍ଟ ଦେଇଛି।

Comment