ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ରାଜଭବନ ଛକ ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ। ବୁଧବାର ଦିନ ୧ଟା ସମୟରେ ପେଟ୍ରୋଲ ପମ୍ପରେ ଅଚାନକ ନିଆଁ ଲାଗିଯାଇଥିବା ସୂଚନା ମିଳିଛି।

ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ୍ ଫିଲିଙ୍ଗ୍ ଷ୍ଟେସନରେ ନିଆଁ ଲାଗିବା ସହିତ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ବର୍ତ୍ତମାନ ସୂଚନା ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିବା ସହିତ ନିଆଁକୁ ଲିଭାଇବାକୁ ଚେଷ୍ଟା ଜାରି ରଖିଛି। ଏହି ଗ୍ୟାସ୍ ଫିଲିଙ୍ଗ୍ ଷ୍ଟେସନ ନିକଟରେ ପେଟ୍ରୋଲ ପମ୍ପ ଥିବାରୁ ସେଠାକୁ ନିଆଁ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଲୋକମାନଙ୍କୁ ସେଠାରୁ ଖାଲି କରିବାକୁ ପୋଲିସ୍ ଚେଷ୍ଟା ଜାରି ରଖିଛି।

ଅନ୍ୟପଟେ ବର୍ତ୍ତମାନ ନିଆଁ ଆୟତ୍ତାଧୀନ ହୋଇଥିବା ନେଇ ପୋଲିସ କମିସର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପେଟ୍ରୋଲ ପମ୍ପର ଆଖାପାଖରେ ଥିବା ରାସ୍ତାକୁ ସିଲ୍ କରାଯିବା ସହିତ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ କମିସନର ସୂଚନା ଦେଇଛନ୍ତି।

ତେବେ ଏହି ଗ୍ୟାସ୍ ଫିଲିଙ୍ଗ୍ ଷ୍ଟେସନରେ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Comment