ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପାଖାପାଖି ଏକ ମାସ ଜେଲରେ ରହିବା ପରେ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି ଜାମିନ। ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି।

ତେବେ ରିୟାଙ୍କୁ ମିଳିଥିବା ସେହି କିଛି ସର୍ତ୍ତ ହେଉଛି..

  • ରିୟା ଚକ୍ରବର୍ତ୍ତୀ କୋର୍ଟ ପାଖରେ ନିଜର ପାସପୋର୍ଟ ଜମା ରଖିବେ। ଏଥିସହିତ ସେ ଦେଶ ବାହାରକୁ ଯାଇପାରିବେ ନାହିଁ। ଏଥିପାଇଁ ତାଙ୍କୁ କୋର୍ଟର ଅନୁମତି ନେବାକୁ ପଡ଼ିବ।
  • ଏଥିସହିତ ରିୟା ଆଗାମୀ ୧୦ ଦିନ ଧରି ପ୍ରତିଦିନ ମୁମ୍ବାଇ ପୋଲିସ ପାଖରେ ରିପୋର୍ଟ କରିବେ। ଏନସିବି ତାଙ୍କୁ ଯେବେ ବି ପଚରାଉଚୁରା ପାଇଁ ଡାକିବ ସେ ସେଠାରେ ହାଜିର୍ ହେବେ।
  • ରିୟା ଜାମିନରେ ଜେଲରୁ ମୁକୁଳିବା ପାଇଁ ଏକ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ।
  • ମାମଲା ଚାଲୁଥିବା ପର୍ଯ୍ୟନ୍ତ ରିୟାଙ୍କୁ ଦେଶ ବାହାରକୁ ଯିବାକୁ ମନା ହୋଇଛି।
  • ରିୟା ଜେଲରୁ ମୁକୁଳିବା ପରେ ଏହି ମାମଲା ସହ ଜଡ଼ିତ କୌଣସି ସାକ୍ଷୀମାନଙ୍କ ସହିତ ଦେଖାସାକ୍ଷାତ କରିପାରିବେ ନାହିଁ।

ଜେଲ ଭିତରେ ଏକ ମାସ

ଡ୍ରଗ୍ସ କାରବାର ଘଟଣାର ତଦନ୍ତ କରୁଥିବାବେଳେ ସେପ୍ଟେମ୍ବର ୮ ତାରିଖରେ ଏନସିବି ରିୟାଙ୍କୁ ଗିରଫ କରିଥିଲା। ଏହାପରେ ୯ ତାରିଖରେ ତାଙ୍କୁ ମୁମ୍ବାଇର ବାଏକୁଲ୍ଲା ଜେଲରେ ରଖାଯାଇଥିଲା। ଏହା ଭିତରେ ସେ ଦୁଇ ଥର ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

Comment