ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ରାଜଭବନ ଛକ ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ବିସ୍ଫୋରଣରେ  ଆହତଙ୍କ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥସହିତ ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ବୁଧବାର ଦିନ ୧ଟା ହେବ ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ୍ ଫିଲିଙ୍ଗ୍ ଷ୍ଟେସନରେ ନିଆଁ ଲାଗିବା ସହିତ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥରେ ଅନେକ ଗୁରତର ଆହତ ହୋଇଛନ୍ତି। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ନେଇ ଏଯାଏଁ ସୂଚନା ମିଳିନାହିଁ।

ଖବର ପାଇଁ ଅଗ୍ନିଶମ କର୍ମଚାରୀ ତୁରନ୍ତ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ଏହି ଗ୍ୟାସ୍ ଫିଲିଙ୍ଗ୍ ଷ୍ଟେସନରେ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Comment