ଓଡ଼ିଶାଲାଇଭ୍‌ ବ୍ୟୁରୋsupremecourt

ସିଏଏ ବିରୋଧରେ ଦିଲ୍ଲୀ ଶାହିନବାଗରେ ହୋଇଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନକୁ ବନ୍ଦ ବନ୍ଦ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହା କେବଳ ଦିଲ୍ଲୀ ପାଇଁ ନୁହେଁ ବରଂ କୌଣସି ବି ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବିରୋଧ ପ୍ରଦର୍ଶନ ନାମରେ କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ବାଧା ସୃଷ୍ଟି କରିପାରିବେ ନାହିଁ ଏବଂ ସର୍ବସାଧାରଣ ସ୍ଥାନଗୁଡିକୁ ଅବରୋଧ କରିପାରିବେ ନାହିଁ। ପ୍ରତିବାଦ ପାଇଁ ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିର କରିବେ।

ସୁପ୍ରିମକୋର୍ଟ କହିଛନ୍ତି, “ସର୍ବସାଧାରଣ ସ୍ଥାନରୁ ଲୋକଙ୍କୁ ହଟାଇବା ପାଇଁ ପ୍ରଶାସନ ମଧ୍ୟ ପଦକ୍ଷେପ ନେବା ଉଚିତ୍। ସେମାନେ କୋର୍ଟଙ୍କ ରାୟକୁ ଅପେକ୍ଷା ନକରି ପଦକ୍ଷେପ ନେବା ଦରକାର”।

୨୦୧୯ରେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ଆଣିଥିଲେ। ଏହାକୁ ବିରୋଧ କରି ଦିଲ୍ଲୀ ଶାହିନବାଗ ଅଞ୍ଚଳରେ ୧୦୦ରୁ ଅଧିକ ଦିନ ଲୋକେ ଆନ୍ଦୋଳନ କରିଥିଲେ। ଫଳରେ ଦିଲ୍ଲୀକୁ ନୋଏଡ଼ା ଫରଦାବାଦ ସହ ଯୋଡ଼ୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ବନ୍ଦ ହୋଇଥିଲା। ଫଳରେ ଲୋକେ ହଇରାଣ ହୋଇଥିଲେ। ଏହି ଆନ୍ଦୋଳନ ବିରୋଧରେ ଆଇନଜୀବୀ ଅମିତ ସାହନୀ ଓ ବିଜେପି ନେତା ନନ୍ଦ କିଶୋର ଗର୍ଗ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହି ମାମଲାର ରାୟ ଆଜି ଶୁଣାଇଛନ୍ତି କୋର୍ଟ।

Comment