ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ୧ ଜଣ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ କଟକ ଏସ୍‌ସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଭୁବବାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ମୃତକ ଜଣ ହେଉଛନ୍ତି ଗଞ୍ଜାମର ସତ୍ୟ ନାୟକ। ଗତକାଲି ବିସ୍ଫୋରଣରେ ତାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ଗୁରୁବାର ଭୋରୁ ତାଙ୍କର ମୃତ୍ୟୁ ଘଟିଛି।

ବୁଧବାର ଦିନ ୧ଟା ହେବ ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ୍ ଫିଲିଙ୍ଗ୍ ଷ୍ଟେସନରେ ନିଆଁ ଲାଗିବା ସହିତ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଅନେକ ଆହତ ହୋଇଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତଙ୍କ ମାଗଣା ଚିକିତ୍ସା ଘୋଷଣା କରିଥିଲେ।

Comment