ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୃତକଙ୍କ ପରିବାରକୁ ଆଇସିଏଲ୍ ଦେବ ୮ ଲକ୍ଷ
  • ଗୁରୁତର ଆହତଙ୍କ ପାଇଁ ୪ ଲକ୍ଷ
  • ଆହତଙ୍କୁ ଲକ୍ଷେ ଟଙ୍କା ସହାୟତା

ଭୁବନେଶ୍ଵର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ମୃତକ ବ୍ୟକ୍ତିଙ୍କ ପରିବାର ପାଇଁ ସହାୟତା ଘୋଷଣା କଲା ଆଇଓସିଏଲ୍। ବିସ୍ଫୋରଣରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ। ଗୁରୁବାର ଏନେଇ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି।

ଏଥିସହ ଗୁରୁତର ଆହତଙ୍କୁ ୪ ଲକ୍ଷ ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ। ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡଆନ ଅଏଲ କର୍ପୋରେସନ ଲିମିଟେଡ(ଆଇଓସିଏଲ୍) ପକ୍ଷରୁ ଏହି ସହାୟତା ଘୋଷଣା କରାଯାଇଛି।

ବୁଧବାର ଭୁବନେଶ୍ଵର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଗ୍ୟାସ୍ ଲିକେଜ ଯୋଗୁଁ ଏକ ଭୟାନକ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଏଥିସହ ଜଣେ ବ୍ୟକ୍ତିଙ୍କ ପତ୍ତା ମଧ୍ୟ ମିଳି ନଥିବା ନେଇ ଅଭିଯୋଗ ହୋଇଛି।

Comment