ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଯାତାୟତ ଉପରେ କଟକଣା ଲାଗିଛି।  ସୁରକ୍ଷା କାରଣରୁ କଟକଣା ଜାରି ହୋଇଥିବା ନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ କରି ସୂଚନା ଦେଇଛନ୍ତି। ତେବେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ସୁରକ୍ଷିତ ନହେବା ଯାଏଁ କଟକଣା ରହିବ ବୋଲି ସେ କହିଛନ୍ତି।

ଏବେ ସୁଦ୍ଧା ଏଲପିଜି ଗ୍ୟାସ ଟ୍ୟାଙ୍କରରୁ କଢାଯିବା କାର୍ଯ୍ୟ ଶେଷ ହୋଇଛି। ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ କଢାଯିବା କାର୍ଯ୍ୟ ଜାରି ରହିଛି। ଅପରାହ୍‌ଣ ୨ଟା ସୁଦ୍ଧା ଅପରେସନ ଶେଷ ହେବ ବୋଲି ପୋଲିସ କମିସନର କହିଛନ୍ତି।

ପୂର୍ବରୁ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଏହି ଅଞ୍ଚଳକୁ ବିପଦମୁକ୍ତ ବୋଲି ଘୋଷଣା କରିଥିଲେ। ବୁଧବାର ଦିନ ୧ଟା ହେବ ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ୍ ଫିଲିଙ୍ଗ୍ ଷ୍ଟେସନରେ ନିଆଁ ଲାଗିବା ସହିତ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଅନେକ ଆହତ ହୋଇଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭତ୍ତି କରାଯାଇଥିଲା।

Comment