ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଦଶହରା ମୂର୍ତ୍ତି ନିର୍ମାଣ ମାମଲାରେ ଶୁକ୍ରବାର ରାଜ୍ୟ ସରକାର ଏବଂ ପୋଲିସ କମିସନର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।

ଏହି ସତ୍ୟପାଠରେ ରାଜ୍ୟ ସରକାର ଏବଂ ପୋଲିସ କମିସନର ଦଶହରାରେ ୪ ଫୁଟ ମୂର୍ତ୍ତି ନିର୍ମାଣ ସପକ୍ଷରେ ହାଇକୋର୍ଟରେ ଯୁକ୍ତି ରଖିଥିବା ଜଣା ପଡିଛି ତେବେ ଏହା ଉପରେ ପ୍ରତି ଜବାବ ରଖିବାକୁ ବାଲୁ ବଜ଼ାର ପୂଜା କମିଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ସୂଚନା ମିଳିଛି।

ଦିନ କେତେଟା ପରେ ଆରମ୍ଭ ହେବ କଟକ ପ୍ରସିଦ୍ଧ ଦଶହରା। କିନ୍ତୁ ଦିନ ଯେତେ ପାଖେଇ ଆସୁଛି ଦଶହରାକୁ ନେଇ କଟକରେ ପୂଜା କମିଟିମାନଙ୍କ ଦ୍ଵନ୍ଦ ସେତେ ବଢ଼ିବାରେ ଲାଗୁଛି। କରୋନା କଟକଣା ପାଇଁ ନିରାଡମ୍ଵର ଭାବେ ପୂଜା କରାଯିବାକୁ ଧାର୍ଯ୍ୟ କରାଯାଇଛି।

Comment