ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଜନ୍‌ ନାୟକଙ୍କ ପରଲୋକ ଘଟିଛି। କରୋନା ଆକ୍ରାନ୍ତ ହୋଇ ଗୁରୁବାର ବିଳମ୍ବିତ ରାତିରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଜନ ନାୟକଙ୍କ ମୃତ୍ୟୁ ଖବର ପୋଲିସ ମହାନିର୍ଦ୍ଦେଶକ ଅଭୟ ଟୁଇଟ କରି ଦେଇଛନ୍ତି। ଏଥିସହିତ ସେ ସ୍ୱର୍ଗତଃ ଜନ୍‌ ନାୟକଙ୍କର ଆତ୍ମାର ସଦଗତି କାମନା କରିଛନ୍ତି।

“ଫୁଲବାଣୀର ଏକ ଆଦିବାସୀ ଗ୍ରାମରୁ ଡିଜି ପଦବୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ସେ ନମ୍ର, ଏବଂ ଦୟାଳୁ ବ୍ୟକ୍ତି ଥିଲେ’’, ଟୁଇଟ କରି ଏଭଳି ଲେଖିଛନ୍ତି ଡିଜିପି ଅଭୟ।

ଜନ୍‌ ନାୟକ ୧୯୪୧ରେ ଫୁଲବାଣୀରେ ଜନ୍ମ ହୋଇଥିଲେ। ସେ ୧୯୬୫ ବ୍ୟାଚର ଆଇପିଏସ୍‌ ଅଫିସର ଥିଲେ। ୨୦୦୨ରେ ସେ ଅବସର ନେଇଥିଲେ। ଚାକିରି ଜୀବନରେ ସେ ଦୁଇ ଦୁଇ ଥର ପୋଲିସ ମେଡାଲ ପାଇଥିଲେ।

Comment