ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତା ନାଇଟ୍ ରାଇଡର୍ସଠାରୁ ଏକ ସୁନିଶ୍ଚିତ ବିଜୟ ହାତଛଡ଼ା କରିବା ପରେ ଚେନ୍ନାଇ ଟିମକୁ ଏବେ ଚାରିଆଡୁ ସମାଲୋଚନା ଶୁଣିବାକୁ ପଡ଼ିଛି। ଏଥିରେ ଏବେ ଯୋଡ଼ି ହୋଇଛନ୍ତି ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ୱାଗ।

ସ୍ୱେହାଗ ଚେନ୍ନାଇ ଟିମର ଖେଳାଳିଙ୍କୁ କଟାକ୍ଷ କରି କହିଛନ୍ତି ଯେ, ସିଏସକେ ଦଳର ଖେଳାଳିମାନେ ପ୍ରାଞ୍ଚାଇଜକୁ ସରକାରୀ ଚାକିରି ଭାବିଦେଇଛନ୍ତି। ସେଥିପାଇଁ ଏଭଳି କ୍ରିକେଟ୍ ଖେଳୁଛନ୍ତି। କାହିଁକି ନା ସେମାନେ ଜାଣିଛନ୍ତି ଖରାପ ଖେଳିଲେ ମଧ୍ୟ ଫ୍ରାଞ୍ଚାଇଜ୍ ତାଙ୍କୁ ସେହି ସମାନ ଟଙ୍କା ଦେବ।ଏଥିସହିତ ସ୍ୱେହାଗ ଆହୁରି ମଧ୍ୟ କହିଛନ୍ତି ଯେ,କେକେଆର୍ ବିରୋଧରେ ୱାଟସନ ଭଲ ଖେଳିଥିଲେ। ଏହାପରେ କିନ୍ତୁ ଯାଦବ ଓ ଜାଡେଜା ଭଲ ଖେଳିନଥିଲେ। ଯେଉଁ କାରଣରୁ ଚେନ୍ନାଇ ମ୍ୟାଚ୍ ଜିତିପାରିନଥିଲା ବୋଲି ସେ କହିଛନ୍ତି।

ଏହାପୂର୍ବରୁ ସ୍ୱେହାଗ ସିଏସକେ ଦଳର ଅଧିନାୟକ ଏମ୍ଏସ୍ ଧୋନୀଙ୍କୁ ମଧ୍ୟ କଟାକ୍ଷ କରିଥିଲେ। ଧୋନୀ ଉପର ଅର୍ଡରରେ ବ୍ୟାଟିଂ ପାଇଁ ଆସିଲେ ଦଳ ପାଇଁ ଭଲ ହେବ ବୋଲି କହିଥିଲେ।

Comment