ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୪ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ଚାଲେଞ୍ଜ। ଏଥିପାଇଁ ବିସିସିଆଇ ଆଜି ତିନୋଟି ଦଳର ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୪ରୁ ଆରମ୍ଭ ହୋଇ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭାରତୀୟ ଖେଳାଳି ହରମନପ୍ରୀତ କୌର, ସ୍ମିତି ମାନ୍ଦାନା ଓ ମିତାଲି ରାଜ ଏହି ତିନୋଟି ଦଳର ନେତୃତ୍ୱ ନେବେ। ଲିଗ୍ ପର୍ଯ୍ୟାୟରେ ପ୍ରତି ଦଳ ବିପକ୍ଷ ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ଟପ୍ ଦୁଇ ଟିମକୁ ନେଇ ଫାଇନାଲ ମ୍ୟାଚ୍ ନଭେମ୍ବର ୯ ତାରିଖରେ ଖେଳାଯିବ ବୋଲି ଆଜି ବିସିସିଆଇ ଘୋଷଣା କରିଛି।

ମହିଳା ଟି-୨୦ ଚାଲେଞ୍ଜ ଖେଳସୂଚୀ

  • ନଭେମ୍ବର ୪  – ସୁପରନୋଭାସ୍ ବନାମ ଭେଲୋସିଟି , ସନ୍ଧ୍ୟା ୭.୩୦
  • ନଭେମ୍ବର ୫ – ଭେଲୋସିଟି ବନାମ ଟ୍ରାଏଲବ୍ଲାଜର୍ସ, ସନ୍ଧ୍ୟା ୭.୩୦
  • ନଭେମ୍ବର ୭ – ଟ୍ରାଏଲବ୍ଲାଜର୍ସ ବନାମ ସୁପରନୋଭାସ୍, ସନ୍ଧ୍ୟା ୭.୩୦
  • ନଭେମ୍ବର ୯ – ଫାଇନାଲ୍ ମ୍ୟାଚ୍, ସନ୍ଧ୍ୟା ୭.୩୦

Comment