ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଓ ବିଜେପି ପରେ ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାଲେଶ୍ୱର ପାଇଁ ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକ ଓ ତିର୍ତ୍ତୋଲ ପାଇଁ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରିଛି ଦଳ। ସେମାନଙ୍କ ପ୍ରାର୍ଥିତ୍ୱ ଉପରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

ଆଜି ଦିନରେ ବିଜେଡି ଉଭୟ ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସ ଓ ବାଲେଶ୍ୱର ପାଇଁ ସ୍ୱରୂପ କୁମାର ଦାସଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବ ବିଜେଡି। ସେହିପରି ବିଜେପିରୁ ରାଜକିଶୋର ବେହେରା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଲଢ଼ିବାକୁ ଥିବାବେଳେ ମାନସ ଦତ୍ତ ବାଲେଶ୍ୱରରୁ ପ୍ରାର୍ଥୀ ହେବେ।

ବର୍ତ୍ତମାନ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି। କରୋନା କଟକଣା ଭିତରେ ଏବେ ପ୍ରଚାର ଆଗକୁ ବଢ଼ିବ।

Comment